ମଲ୍ଲିକାର୍ଜୁନ ଖଡଗେଙ୍କ 'କୁକୁର' ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ହଙ୍ଗାମା, କ୍ଷମା ମାଗିବାକୁ ଦାବି କଲା ବିଜେପି | News Room Odisha

ମଲ୍ଲିକାର୍ଜୁନ ଖଡଗେଙ୍କ ‘କୁକୁର’ ମନ୍ତବ୍ୟକୁ ନେଇ ରାଜ୍ୟସଭାରେ ହଙ୍ଗାମା, କ୍ଷମା ମାଗିବାକୁ ଦାବି କଲା ବିଜେପି

ନୂଆଦିଲ୍ଲୀ:କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମନ୍ତବ୍ୟକୁ ନେଇ ଆଜି ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଛି।

ରାଜସ୍ଥାନର ଅଲୱାରରେ ଭରତ ଯୋଡ ଯାତ୍ରା ବେଳେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରି ମଲ୍ଲିକାର୍ଜୁନ ଖଡଗେ କହିଥିଲେ, “ଆମ ଦଳର ନେତାମାନେ ଦେଶ ପାଇଁ ଜୀବନ ଦେଇଛନ୍ତି। ବିଜେପିର କେହି ଲୋକ‌ ତ ଦୂରର କଥା ସେମାନଙ୍କ ଜଣେ କୁକୁର ବି ମରିନାହିଁ । ତଥାପି ସେମାନେ ଦେଶପ୍ରେମୀ ଏବଂ ଆମେ କିଛି କହିଲେ ଦେଶଦ୍ରୋହୀ।”

ମଲ୍ଲିକାର୍ଜୁନ ଖଡଗେଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେପି ସଦସ୍ୟମାନେ ରାଜ୍ୟସଭାରେ ହୋହଲ୍ଲା କରିଥିଲେ । ଖଡଗେ କ୍ଷମା ମାଗନ୍ତୁ ବୋଲି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଦାବି କରିଥିଲେ ।

ଅନ୍ୟପକ୍ଷରେ ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାରେ କହିଛନ୍ତି ଯେ ସେ ଏହି ମନ୍ତବ୍ୟ ସଂସଦ ବାହାରେ ଦେଇଛନ୍ତି, ତେଣୁ ଏହା ଉପରେ ସଂସଦରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ।

ସେ ପୁଣି ରାଜ୍ୟସଭାରେ ନିଜର ମନ୍ତବ୍ୟ ଦୋହରାଇ କହିଥିଲେ ସ୍ୱାଧୀନତା ସଂଗ୍ରାମରେ ଏହି (ବିଜେପିର) ଲୋକଙ୍କ କୌଣସି ଅବଦାନ ନଥିଲା। ଏମାନେ କେବଳ ବ୍ରିଟିଶଙ୍କୁ କ୍ଷମା ମାଗୁଥିବା ଲୋକ।”