ଗଜପତି ଜିଲ୍ଲାରେ କିଛି ଅଞ୍ଚଳରେ ଭୂକମ୍ପ ଝଟକା | News Room Odisha

ଗଜପତି ଜିଲ୍ଲାରେ କିଛି ଅଞ୍ଚଳରେ ଭୂକମ୍ପ ଝଟକା

ମୋହନା – ଗଜପତି ଜିଲ୍ଲାରେ ଆଜି ସକାଳେ ମୃଦୁ ଭୂକମ୍ପ ଅନଭୂତ ହୋଇଛି। ମୋହନା, ଆର୍. ଉଦୟଗିରିର ବିଭିନ୍ନ ଅଞ୍ଚଳରେ ଆଜି ସକାଳ ୯ଟା ୪୬ ମନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଭୂପୃଷ୍ଠଠୁ ୫ କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରାୟ ୫ରୁ୬ ସେକେଣ୍ଡ ପାଇଁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏଥିଯୋଗୁଁ ଲୋକେ ଭୟରେ ଘର ବାହାରକୁ ଚାଲି ଆସିଥିଲେ।