ଭୁବନେଶ୍ୱର – ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲାର ନବନିର୍ମିତ ନୂଆ ହକି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ଦକ୍ଷିଣ କୋରିଆ ଓ ଭାରତର ଜୁନିଅର ହକି ଦଳ ପହଞ୍ଚିଛନ୍ତି।
ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ଖେଳାଳିମାନଙ୍କୁ ରାଉରକେଲା ନିଆଯାଇଥିଲା ।ସେକ୍ଟର-୨୧ ସ୍ଥିତ ହୋଟେଲରେ ଉଭୟ ଦଳର ଖେଳାଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯାଇଛି । ହୋଟେଲରେ ଖେଳାଳି ରହୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଦୁଇ ଦଳ ମଧ୍ୟରେ ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ୩ଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ । ଆସନ୍ତାକାଲି , ୨୪ ଓ ୨୭ ତାରିଖରେ ମ୍ୟାଚ୍ ଖେଳାଯିବ । ଅଭ୍ୟାସ ମ୍ୟାଚ୍ ଶେଷ ହେବା ପରେ ଦକ୍ଷିଣ କୋରିଆ ଜୁନିୟର ଦଳ ସ୍ୱଦେଶ ଫେରିଯିବେ ।