ଗଣିତଜ୍ଞ ରାମାନୁଜନ ସବୁ ପୀଢି ପାଇଁ ପ୍ରେରଣା: ମୁଖ୍ୟମନ୍ତ୍ରୀ | News Room Odisha

ଗଣିତଜ୍ଞ ରାମାନୁଜନ ସବୁ ପୀଢି ପାଇଁ ପ୍ରେରଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କିମ୍ବଦନ୍ତୀ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଆଜି ଜନ୍ମ ବାର୍ଷିକୀ। ଏହି ଅବସରରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାମାନୁଜନଙ୍କ ଜନ୍ମତିଥି ଆମଦେଶରେ ଜାତୀୟ ଗଣିତ ଦିବସ ଭାବେ ବି ପାଳନ କରାଯାଏ। ନମ୍ବର ଥିଓରୀ, ଇନଫିନାଇଟ ସିରିଜ୍ ଓ ଗଣିତର ଅନ୍ୟସବୁ କ୍ଷେତ୍ରରେ ରାମାନୁଜନଙ୍କ ଅବଦାନ ପଣ୍ଡିତ ଓ ଯୁବ ମସ୍ତିଷ୍କଙ୍କୁ ପିଢୀ ପିଢୀ ଧରି ପ୍ରେରଣା ଯୋଗାଉଥିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।