ପାତ୍ରପୁରରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ଦୁଇ ଗୁରୁତର | News Room Odisha

ପାତ୍ରପୁରରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ ପଞ୍ଚାୟତରେ ଗୁରୁବାର ପୂର୍ବାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏମ୍. ରାମା ରାଓ ନାମକ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରାମା ରାଓଙ୍କ ଭାଇ ଏମ୍. କ୍ରିଷ୍ଣା ରାଓ ଏବଂ ତାଙ୍କ ସମ୍ପର୍କୀୟ ଏମ୍. ଲାଛେୟ। ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ରାସନ୍ ଚାଉଳ ବଣ୍ଟନ ବେଳେ ଏହି ଅଘଟଣ ଘଟିଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଅଞ୍ଚଳ ରକ୍ତରଞ୍ଜିତ ହୋଇଯାଇଛି। ମୃତାହତ ସମସ୍ତେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଆମ୍ବଗାଁର ଅଟନ୍ତି। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।