ପୁରୀ -ଲାଞ୍ଚ ନେବା ବେଳେ ଧରାପଡିଲେ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ଜିତୁ ରଞ୍ଜନ ଛାଟୋଇ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଛାଟୋଇ । ଚନ୍ଦନପୁରର ଜଣେ ବ୍ୟକ୍ତିଙ୍କଠାରୁ ଜମି କିସମ ପରିବର୍ତ୍ତନ ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଲାଞ୍ଚ ଟଙ୍କା ଜବତ କରାଯିବା ପରେ ଜିତୁ ରଞ୍ଜନଙ୍କ ଘର ସମେତ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ଖୋଳତାଡ଼ ଆରମ୍ଭ କରିଛି। କିଛି ଦିନ ତଳେ ସେ ଡେଲାଙ୍ଗରୁ ବଦଳି ହୋଇ ଆସିଥିଲେ।