ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ମେଡିକାଲ ବୋର୍ଡ ପୁନର୍ଗଠିତ | News Room Odisha

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ମେଡିକାଲ ବୋର୍ଡ ପୁନର୍ଗଠିତ

ଭୁବନେଶ୍ୱର – ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ମେଡିକାଲ ବୋର୍ଡ ପୁନର୍ଗଠିତ କରିଛି । ବୋର୍ଡରେ ୬ ଜଣ ସଦସ୍ୟ ଅଛନ୍ତି। ଏମକେସିଜିର ସୁପରିଟେଣ୍ଡେଣ୍ଟ ବୋର୍ଡର ଆବାହକ ରହିଥିବା ବେଳେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ମୁଖ୍ୟ, ,ଶିଶୁ ରୋଗ ବିଭାଗର ମୁଖ୍ୟ , ରେଡିଓଲୋଜି, ନିଶ୍ଚେତକ, ମେଡିସିନ ବିଭାଗର ମୁଖ୍ୟମାନେ ସଦସ୍ୟ ଅଛନ୍ତି। ଏହି ବୋର୍ଡ ଏମକେସିଜି ମେଡିକାଲ ଓ କଲେଜ ପରିସରରେ କାର୍ଯ୍ୟ କରିବ । ଏ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବର ସମସ୍ତ ବିଜ୍ଞପ୍ତିକୁ ବାତିଲ କରାଯାଇଛି।