ଦୁଇ ଦିନପରେ କମିବ ଶୀତ | News Room Odisha

ଦୁଇ ଦିନପରେ କମିବ ଶୀତ

ଭୁବନେଶ୍ୱର – ଦୁଇ ଦିନ ପରେ ରାଜ୍ୟରେ ହ୍ରାସ ପାଇବ ଶୀତ ପ୍ରକୋପ । ବିଭିନ୍ନ ସ୍ଥାନରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଏହା ପ୍ରଭାବରେ ବର୍ତ୍ତମାନ ତୁଳନାରେ ଶୀତର ପ୍ରକୋପ ହ୍ରାସ ପାଇବ। ଦୁଇ ଦିନ ପରେ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବେଶ କାରଣରୁ ତାପମାତ୍ରା ବଢ଼଼ିବ। ଅନ୍ୟପଟେ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ। ଆଜି ଉତ୍ତର ଉପକୂଳ ଓଡ଼ିଶା ସମେତ ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଛି । ସେହିପରି ଶନିବାର ମଧ୍ୟ ଅନେକ ଜିଲ୍ଲାରେ କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।