ନୂଆ କୋରୋନା ଭାରିଆଣ୍ଟ ନେଇ ଆତଙ୍କିତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ | News Room Odisha

ନୂଆ କୋରୋନା ଭାରିଆଣ୍ଟ ନେଇ ଆତଙ୍କିତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର – କୋରୋନା ଭାରିଆଣ୍ଟ ବିଏଫ.୭କୁ ନେଇ ଆତଙ୍କିତ ହେବା ଦରକାର ନାହିଁ । ଏହି ଭାରିଆଣ୍ଟ ଦୁଇ ବର୍ଷ ହେଲା ଅଛି। ଚୀନରେ ଏହି ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢୁଥିବାରୁ ଏ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ ହେଲେ ମଧ୍ୟ କିନ୍ତୁ ଏହାର ମାରକ କ୍ଷମତାବିଶେଷ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି ଯେ, କୋରୋନାର ବିଗତ ୪ଟି ଲହର ଯୋଗୁଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି। ତେଣୁ ବିଏଫ.୭ ଅଧିକ ସଂକ୍ରମିତ କରିପାରିବ ନାହିଁ। ଆଗକୁ ଯଦି ସଂକ୍ରମଣ ଆସେ, ତାହା ହେଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ବିଜୟ କହିଛନ୍ତି । ଲୋକଙ୍କୁ ଭୟଭୀତ କଲାଭଳି ମନ୍ତବ୍ୟରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।