ଆସନ୍ତାକାଲି ପୁରୀରେ ବିଜେଡି ଗଠନର ରୈ।ପ୍ୟ ଜୟନ୍ତୀ ଉତ୍ସବ, ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ ଦଳ ସୁପ୍ରିମୋ ନବୀନ | News Room Odisha

ଆସନ୍ତାକାଲି ପୁରୀରେ ବିଜେଡି ଗଠନର ରୈ।ପ୍ୟ ଜୟନ୍ତୀ ଉତ୍ସବ, ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ ଦଳ ସୁପ୍ରିମୋ ନବୀନ

ଭୁବନେଶ୍ୱର – ଆସନ୍ତାକାଲି ବିଜୁ ଜନତା ଦଳ -ବିଜେଡି ଗଠନର ୨୫ ବର୍ଷ ପୂରଣ ହେଉଛି । ଏଥିପାଇଁ ପୁରୀରେ ଆୟୋଜନ ହେବାକୁ ଯାଉଛି ଦଳ ଗଠନର ରୈ।ପ୍ର ଜୟନ୍ତୀ ଉତ୍ସବ । ପୁରୀ ପ୍ରତିଷ୍ଠା ଦିବସ ଉତ୍ସବରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଲକ ଶାଖାର କର୍ମକର୍ତ୍ତା, ସାଂସଦ, ବିଧାୟକ ଓ ଅନ୍ୟ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେବେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଷ୍ଠା ଦିବସ ଉତ୍ସବକୁ ସମ୍ବୋଧିତ କରିବେ ।

ଦଳ ଗଠନର ରୈ।ପ୍ୟ ଜୟନ୍ତୀ ଉତ୍ସବ ପର୍ଯ୍ୟାୟ କ୍ରମେ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ ।

୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ବିଜେଡି ପ୍ରତିଷ୍ଠା ହୋଇଥିଲା। ୨୦୦୦ ମସିହାରେ ଦଳ ପ୍ରଥମ ଥର ପାଇଁ ରାଜ୍ୟରେ କ୍ଷମତାସୀନ ହୋଇଥିଲା।