ଟମାଟୋ ଓ ବାଲିରେ ସାନ୍ତା ତିଆରି କରି ବଡଦିନ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ | News Room Odisha

ଟମାଟୋ ଓ ବାଲିରେ ସାନ୍ତା ତିଆରି କରି ବଡଦିନ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ବ୍ରହ୍ମପୁର – ଆଜି ବଡ଼ଦିନ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ । ଏହି ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗୋପାଳପୁର ବେଳାଭୂମିରେ ୨୭ ଫୁଟ ଉଚ୍ଚତା ଓ ୬୦ ଫୁଟ ଚଉଡ଼ାର ସାନ୍ତାକ୍ଳସ ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ୧୫ ଶହ ତିଆରି କରି କିଲୋ ଟମାଟୋ ବ୍ୟବହାର କରିଛନ୍ତି ସାନ୍ତା ବନାଇଛନ୍ତି ସୁଦର୍ଶନ। ଦେଶବାସୀଙ୍କୁ ବଡ଼ ଦିନର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ । ଏହି ବାଲୁକା କଳାକୁ ତିଆରି କରିବାରେ ସୁଦର୍ଶନଙ୍କୁ କରିଥିଲେ ତାଙ୍କ ଛାତ୍ରମାନେ ସହଯୋଗ କରିଥିଲେ। ଏହି ସୁଦୃଶ୍ୟ ଟମାଟୋ ସାନ୍ତା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛି ।