ବିଜେଡିର ୨୫ ବର୍ଷ ପୂରଣ ଅବସରରେ ନବୀନଙ୍କ ବାର୍ତ୍ତା | News Room Odisha

ବିଜେଡିର ୨୫ ବର୍ଷ ପୂରଣ ଅବସରରେ ନବୀନଙ୍କ ବାର୍ତ୍ତା

ଭୁବନେଶ୍ୱର – ବିଜ ଜନତା ଦଳ- ବିଜେଡି ଆଜି ୨୫ ବର୍ଷ ପୂରଣ କରିବା ଅବସରରେ ବାର୍ତ୍ତା ଦେଇଛନ୍ତି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ୨୫ବର୍ଷ ପୂରଣ କରୁଛି। ଆପଣମାନଙ୍କ ଭଲପାଇବା ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଏହି ଧାରାକୁ ଅତୁଟ ରଖି, ଲୋକଙ୍କ ସେବା ଓ ଉନ୍ନତିକୁ ସଙ୍କଳ୍ପ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।