ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପୁରୀ ବେଳାଭୂମିରେ ଧନୁଯାତ୍ରାର ଛାପ, ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନେଇ ନିଆରା ଉଦ୍ୟମ | News Room Odisha

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପୁରୀ ବେଳାଭୂମିରେ ଧନୁଯାତ୍ରାର ଛାପ, ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନେଇ ନିଆରା ଉଦ୍ୟମ

ବରଗଡ଼ : ପୁରୀ ବେଳାଭୂମିରେ ବରଗଡ଼ର ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ କମାଲ । ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଧନୁଯାତ୍ରା ସମ୍ପର୍କରେ ଅବଗତ କରାଇବା ନେଇ ସୁଦାମ କରିଛନ୍ତି ବାଲୁକା କଳା ।

ଏନେଇ କାର୍ଯ୍ୟସ୍ଥଳୀ ପୁରୀକୁ ଆଜି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ପହଞ୍ଚି ବାଲୁକା କଳାରେ ଧନୁଯାତ୍ରାର ପ୍ରଚାର ପ୍ରସାର କରିଥିବାରୁ ତାଙ୍କୁ ସାଧୁବାଦ୍ ଜଣାଇବା ସହ ବେଳାଭୂମି ଠାରେ ଏଭଳି ଏକ କଳାକୃତି ଆମ ପାଇଁ ଗର୍ବର ବିଷୟ । ଧନୁଯାତ୍ରା ଉପରେ ପର୍ଯ୍ୟବେଶିତ ଏହି ବାଲୁକା କଳା ଯୋଗୁଁ ମହୋତ୍ସବର ପ୍ରଚାରପ୍ରସାର ସମଗ୍ର ବିଶ୍ଵ ଦରବାରରେ ହୋଇପାରିବ ବୋଲି କହିଥିଲେ । ସେ ସମସ୍ତ ଜନ ସାଧାରଣଙ୍କୁ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଧନୁଯାତ୍ରା ମହୋତ୍ସବକୁ ଦେଖି ଆସିବାକୁ ଅନୁରୋଧ କରିଛନ୍ତି। ତାଙ୍କ ସହ ବରଗଡ ବ୍ଲକ୍ ଉପାଧ୍ୟକ୍ଷ ଉମେଶ ପଣ୍ଡା, ପୌର ପରିଷଦ କାଉନସିଲର ଉମାଚରଣ ରାଉତ, ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ଯୁବନେତା କ୍ଷୀରୋଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସୁଦାମଙ୍କୁ ଉତ୍ସାହିତ କରିଥିଲେ ।