ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ | News Room Odisha

ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର -ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ସନ୍ଧ୍ୟା ୫ଟା ୩୦ ମିନିଟ୍‍ରେ ବସିବ। ବିଦାୟୀ ବର୍ଷର ସମ୍ଭବତଃ ଏହା ଶେଷ କ୍ୟାବିନେଟ ବୈଠକ । ଏହି ବୈଠକରେ ଏକାଧିକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଜଳସମ୍ପଦ, ଆଇନ, ଶିଳ୍ପ, ଏମଏସଏମଇ, ସାଧାରଣ ପ୍ରଶାସନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପୂର୍ବରୁ ଥିବା କେତେକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।