ଡେପୁଟି କଲେକ୍ଟରଙ୍କ ବିପୁଳ ସଂପତ୍ତି ଠାବ | News Room Odisha

ଡେପୁଟି କଲେକ୍ଟରଙ୍କ ବିପୁଳ ସଂପତ୍ତି ଠାବ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ଘର ଓ ଅନ୍ୟ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏ ପର୍ଯ୍ୟନ୍ତ ହୋଇଥିବା ଚଢ଼ାଉରେ ଚିତ୍ତରଞ୍ଜନ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଓ ବାଲେଶ୍ଵରରେ ୪ଟି ଫ୍ଲାଟ, ସୋନପୁର ସହରରେ ଗୋଟିଏ ଦୁଇ ମହଲା କୋଠା, ଭୁବନେଶ୍ୱର, ବୀରମହାରାଜପୁର ସମେତ ସୁବର୍ଣ୍ଣପୁର ଓ ବାଲିଆପାଳରେ ଥିବା ୬ଟି ପ୍ଲଟ ଠାବ ହୋଇଛି । ଏହାଛଡା ନଗଦ ୮୭ ହଜାର ୭୮୫ ଟଙ୍କା, ୨ଟି ଚାରି ଚକିଆ ଗାଡ଼ି,୩ଟି ଦୁଇ ଚକିଆ ଗାଡ଼ି ସମେତ ବ୍ୟାଙ୍କ ଓ ବୀମା ଡିପୋଜିଟ ଠାବ କରିଛି ଭିଜିଲାନ୍ସ।ଚଢ଼ାଉ ଜାରି ରହିଛି।

ଚିତ୍ତରଂଜନଙ୍କ ନିଜ ଘର, ଅଫିସ, ସର୍ମ୍ପକୀୟ ଘର ଓ ପୈତୃକ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି।