ରାୟଗଡ଼ା ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚରେ ହାଜର ହେଲେ ଋଷୀୟ ଦମ୍ପତ୍ତି ଓ ଟୁରିଷ୍ଟ ଗାଇଡ | News Room Odisha

ରାୟଗଡ଼ା ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚରେ ହାଜର ହେଲେ ଋଷୀୟ ଦମ୍ପତ୍ତି ଓ ଟୁରିଷ୍ଟ ଗାଇଡ

ଭୁବନେଶ୍ୱର- ରାୟଗଡ଼ାରେ ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି ଋଷୀୟ ଦମ୍ପତ୍ତି ଟୁର୍ଭୋ ଓ ପାନସେଙ୍କୋ । ରାୟଗଡାରୁ ଭୁବନେଶ୍ୱର ପହଞ୍ଚିବାପରେ ସେମାନେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି । ଟୁରିଷ୍ଟ ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ ହାଜର ହୋଇଛନ୍ତି ।

ଆଜି ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ୩ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ।