ମାଲକାନଗିରି ଉପ କାରାଗାରରେ ଦୁଇ କଏଦୀଙ୍କ ମଧ୍ୟରେ ମାରପିଟ୍, ଜଣେ ଆହତ | News Room Odisha

ମାଲକାନଗିରି ଉପ କାରାଗାରରେ ଦୁଇ କଏଦୀଙ୍କ ମଧ୍ୟରେ ମାରପିଟ୍, ଜଣେ ଆହତ

ମାଲକାନଗିରି – ଜେଲରେ ଦୁଇ କଏଦୀଙ୍କ ମଧ୍ୟରେ ହାତାହାତି ଓ ମାରପିଟ୍ । ମାଲକାନଗିରି ସଦର ମହକୁମା ଉପ କାରାଗାରରେ ଘଟିଛି ଏହି ଘଟଣା । ଜଣେ କଏଦୀର ଆକ୍ରମଣରେ ଅନ୍ୟ ଜଣେ କଏଦୀ ଗୁରୁତର ଆହତ ହୋଇଛନ୍ତି । ଆହତ କଏଦୀ ପ୍ରଶାନ୍ତ କୁଣ୍ଡଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ପ୍ରଶାନ୍ତ ନିଜର କୋର୍ଟ ହାଜିରା ସାଥୀମାନଙ୍କ ସହ ଆଲୋଚନା କରୁଥିଲା ବେଳେ ଉପ କାରାଗାରରେ ରହୁଥିବା କାଲିମେଳାର ଜଣେ କଏଦୀ ସେଠାରେ ପହଞ୍ଚି ପ୍ରଶାନ୍ତଙ୍କୁ ଗାଳିଗୁଲଜ କରିବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପ୍ରଶାନ୍ତ ଓ ଅନ୍ୟ କଏଦୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏଥିରେ ପ୍ରଶାନ୍ତ ଆହତ ହୋଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ଜେଲ ସୁପରିଣ୍ଟେଣ୍ଡ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।