ଦେଢ଼କୋଟି ଟଙ୍କାରେ ବୀମାଭୁକ୍ତ ହେଲା ବରଗଡ଼ ଧନୁଯାତ୍ରା, ମୁଣ୍ଡପିଛା ରହିଛି ୫ ଲକ୍ଷର ବୀମା | News Room Odisha

ଦେଢ଼କୋଟି ଟଙ୍କାରେ ବୀମାଭୁକ୍ତ ହେଲା ବରଗଡ଼ ଧନୁଯାତ୍ରା, ମୁଣ୍ଡପିଛା ରହିଛି ୫ ଲକ୍ଷର ବୀମା

ମଥୁରାନଗରୀ (ବରଗଡ଼) : ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଢ଼କୋଟି ଟଙ୍କାରେ ବୀମାଭୁକ୍ତ ହୋଇଛି । ୬ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଧନୁଯାତ୍ରା ସମୟରେ କୌଣସି ଅଘଟଣ ଘଟିଲେ ୟୁନାଇଟେଡ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ କ୍ଷତିପୂରଣ ବହନ କରିବ ।ଏଥିରେ ଜଣକ ପିଛା ୫ ଲକ୍ଷ ଏବଂ ସିଙ୍ଗିଲ ଇଭେଣ୍ଟ ପାଇଁ ୭୫ ଲକ୍ଷ ଟଙ୍କାର ଇନକ୍ୟୁରାନ୍ସ ହୋଇଥିବା ଜଣାପଡ଼ିଛି । ସାମଗ୍ରିକ ରୂପେ ୧୧ ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ଦେଢ଼ କୋଟି ଟଙ୍କାରେ ଇନକ୍ୟୁରାନ୍ସ ହୋଇଥିବା ଜଣାପଡିଛି । ଏଥିଲାଗି ବରଗଡ଼ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ୟୁନାଇଟେଡ ଇଣ୍ଡିଆ ଇନକ୍ୟୁରାନ୍ସ କମ୍ପାନୀକୁ ପ୍ରିମିୟମ ଆକାରରେ ୮୫ ହଜାର ୬୮୩ ଟଙ୍କା ଜମା କରାଯିବା ପରେ ଇନସୁରାନ୍ସ କମ୍ପାନୀ ପକ୍ଷରୁ ବଣ୍ଡ ଜାରି କରାଯାଇଥିବା ନେଇ କମ୍ପାନୀର ଆଇନଜୀବୀ ହୀରାରାମ ସୂଚନା ଦେଇଛନ୍ତି ।