ଫେବ୍ରୁଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା | News Room Odisha

ଫେବ୍ରୁଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ – ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ-ସିବିଏସ ଇ ପକ୍ଷରୁ ବୋର୍ଡ ପରୀକ୍ଷାର ସୂଚୀ ଜାରି କରାଯାଇଛି। ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ମାସରେ ହେବ । ଫେବ୍ରୁଆରୀ ୧୫ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଦଶମ ପରୀକ୍ଷା ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୧ ଯାଏ ଚାଲିବ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହେବ ଓ ଏପ୍ରିଲ ୫ରେ ଶେଷ ହେବ ।

ପିଲାମାନେ cbse.gov.inକୁ ଯାଇ ପରୀକ୍ଷା ତାରିଖ ଓ ସମୟ ବିଷୟରେ ଜାଣି ପାରିବେ।