ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ରଙ୍ଗୋଲି କଳାକାରଙ୍କୁ ପୁରସ୍କୃତ କଲେ କଂସ ମହାରାଜା | News Room Odisha

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ରଙ୍ଗୋଲି କଳାକାରଙ୍କୁ ପୁରସ୍କୃତ କଲେ କଂସ ମହାରାଜା

ମଥୁରାନଗରୀ (ବରଗଡ଼): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଉପଲକ୍ଷେ ପ୍ରଚାରପ୍ରସାର କମିଟି ତରଫରୁ ଅନୁଷ୍ଠିତ ହୋଇଥିବା ବୃହତ ରଙ୍ଗୋଲି କାର୍ଯ୍ୟକ୍ରମର ସମସ୍ତ କଳାକାରମାନଙ୍କୁ ରଙ୍ଗମହଲ ମଞ୍ଚରେ ମହାରାଜ କଂସ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ପ୍ରଚାରପ୍ରସାର କମିଟିର ଆବାହକ ତଥା ଡ଼ିଆଇପିଆରଓ କଲ୍ୟାଣୀ ଦାଶ ସଂଯୋଜନା କରିଥିଲେ । ବୃହତ ରଙ୍ଗୋଲି କାର୍ଯ୍ୟକ୍ରମର ଆୟୋଜକ ରାଜେନ୍ଦ୍ର ସିକନ୍ଦର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ମୋଟ ୩୬ ଗୋଟି ଦଳରୁ ୩୬୦ ଜଣ ରଙ୍ଗୋଲି କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।