ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ସୃଷ୍ଟି ଫାଉଣ୍ଡେସନ ପକ୍ଷରୁ ବହୁଭାଷୀକବିତା ପାଠୋତ୍ସବ | News Room Odisha

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ସୃଷ୍ଟି ଫାଉଣ୍ଡେସନ ପକ୍ଷରୁ ବହୁଭାଷୀକବିତା ପାଠୋତ୍ସବ

ମଥୁରାନଗରୀ(ବରଗଡ଼): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରର ହୀରକ ଜୟନ୍ତୀ ଅବସରରେ ବରଗଡ଼ ସୃଷ୍ଟି ଫାଉଣ୍ଡେଶନ ତରଫରୁ କବି ରୋହିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବହୁଭାଷୀ କବିତା ପାଠ ଅନୁଷ୍ଠିତ ହୋଇଛି । ଗାୟକ ଅଶୋକ ପଶାୟତଙ୍କ ଧନୁଯାତ୍ରା ଉପରେ ଏକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ କଟକର କବି ପ୍ରସନ୍ନ କୁମାର ସ୍ବାଇଁଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ କବି ହରିଚରଣ ଖଟୁଆ କବିତା ପାଠର ସଂଯୋଜନା କରିଥିଲେ । କବି ଡ .ଅଶୋକ ମହାପାତ୍ର ପଠିତ କବିତାଗୁଡିକର ସମୀକ୍ଷା କରିଥିଲେ । ପଞ୍ଚାନନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।