ଜଗା ଦର୍ଶନ ସାରି ନୃସିଂହନାଥ ଯାଉଥିବା ବେଳେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୬ ଯାତ୍ରୀ ଆହତ | News Room Odisha

ଜଗା ଦର୍ଶନ ସାରି ନୃସିଂହନାଥ ଯାଉଥିବା ବେଳେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୬ ଯାତ୍ରୀ ଆହତ

ବୌଦ୍ଧ – ପୁରୀରେ ଜଗା ଦର୍ଶନ କରି ନୃସିଂହନାଥ ପୀଠ ଦର୍ଶନ ପାଇଁ ବଲାଙ୍ଗିର ଯାଉଥିଲା ବେଳେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ହରେକୃଷ୍ଣପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ଛତିଶଗଡ଼ର ରାୟପୁରର ହୋଇଥିବା ସୂଚନା ମିଳିଛି।

ରାୟପୁରର ୪୦ରୁ ଅଧିକ ତୀର୍ଥଯାତ୍ରୀ ଗତକାଲି ପ୍ରଥମେ ପୁରୀରେ କାଳିଆକୁ ଦର୍ଶନ କରିଥିଲେ। ପରେ ସେମାନେ ବସ୍‌ ଯୋଗେ ବଲାଙ୍ଗିରର ନୃସିଂହନାଥଙ୍କ ଦର୍ଶନ କରିବାକୁ ଯାଉଥିଲେ। ହେଲେ ବୌଦ୍ଧର ହରେକୃଷ୍ଣପୁର ନିକଟରେ ସେମାନେ ଯାଉଥିବା ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା। ଏଥିରେ ୬ଜଣ ଯାତ୍ରୀ ଆହତ ହୋଇଥିଲେ। ପୋଲିସ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଡ୍ରାଇଭର ସହ ତୀର୍ଥଯାତ୍ରୀ ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ।