ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତ, ୬ଆହତ | News Room Odisha

ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତ, ୬ଆହତ

ବୌଦ୍ଧ, ୩୧।୧୨: ପୁରୀରୁ ଜଗା ଦର୍ଶନ ସାରି ନୃସିଂହନାଥ ଅଭିମୁଖେ ଯାଉଥିବା ବେଳେ ଏକ ତୀର୍ଥଯାତ୍ରୀ ବସ୍‌ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି । ଘଟଣା ଘଟିଛି ବୌଦ୍ଧ ୫୭ ନମ୍ବର ଜାତୀୟ ରାଜପଥ ହରେକୃଷ୍ଣପୁର ଠାରେ । ଏହି ଦୁର୍ଘଟଣାରେ ୬ ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ୪୦ ଜଣ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସମସ୍ତ ତୀର୍ଥଯାତ୍ରୀ ଛତିଶଗଡ ରାୟପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସମସ୍ତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।