ସଂଗ୍ରାମୀ ମାଟି ଘେସଁ ଅଭିମୁଖେ ବାହାରିଲା ବୀରତା ରଥ, ସହିଦ ମାଧେ ସିଂଙ୍କ ସ୍ମୃତିରେ ବୀରତା ଦିବସ ପାଳନ | News Room Odisha

ସଂଗ୍ରାମୀ ମାଟି ଘେସଁ ଅଭିମୁଖେ ବାହାରିଲା ବୀରତା ରଥ, ସହିଦ ମାଧେ ସିଂଙ୍କ ସ୍ମୃତିରେ ବୀରତା ଦିବସ ପାଳନ

ବରଗଡ଼ : ଭାରତର ସଶସ୍ତ୍ର ସ୍ବାଧୀନତା ସଂଗ୍ରାମର ଅଦ୍ବିତୀୟ ସଂଗ୍ରାମୀ ସହିଦ ମାଧୋ ସିଂହଙ୍କର ବଳିଦାନର ସ୍ମରଣରେ ଆଜି ବୀରତା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ବୀରତା ରଥ ବାହାରି କବିଭୂମି ବରପାଲିରୁ ସଂଗ୍ରାମୀ ଭୂମି ଘେସଁ ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ କରାଯାଇଛି ।

ଆଜି ବରପାଲି କଲେଜ ଛକ ସ୍ଥିତ ସ୍ବାଧୀନତା ସଂଗ୍ରାମୀ ଭାଗୀରଥି ପଟ୍ଟନାୟକ ମାର୍ଗ ଠାରୁ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯିବା ପରେ ରଥ ବାହାରି ଥିଲା । ଆଦିବାସୀ ସଂଘର ଜିଲ୍ଲା ସଭାପତି ଗୋବର୍ଦ୍ଧନ ଭୋଏ ଧୂପଦୀପ ଜାଳି ପୂଜା କରିଥିଲେ । ପରେ ସ୍ୱାଧୀନତା ସଂଗ୍ରାମୀ ବୀର ପୁରୁଷଙ୍କ ଜୟଗାନ କରି ରଥଟି କଲେଜ ଛକ, ଶ୍ୟାମ ଛକ, ହସପିଟାଲ ଛକ ଦେଇ ବସଷ୍ଟାଣ୍ଡ ପହଂଚିଥିଲା । ସେଠାରେ କବି ଗଙ୍ଗାଧର ମେହେରଙ୍କ ପୂର୍ଣ୍ଣଵୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ଗାନ୍ଧିଛକରେ ମହାତ୍ମା ଗାନ୍ଧୀଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ କରି ରଥଟି ଘେସଁ ଅଭିମୁଖେ ବାହାରିଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମୋ ପରିବାରର ସଦସ୍ୟ ଗୌରହରି ମିଶ୍ର, ବରଗଡ଼ ଵିୱାଇଜେଡ଼ି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବରପାଲି ପ୍ୟାକ୍ସ ସଭାପତି ଗୁରୁ ମେହେର, ଯୁବ ନେତା କଲ୍ୟାଣ ଚାନ୍ଦ, ଦାମୋଦର ପଣ୍ଡା, ବଣିକ ସଂଘରୁ ଅଶୋକ ପଣ୍ଡା, ଅଶୋକ ପାତ୍ର, ମନୋଜ ବେରିହା, ପଶ୍ଚିମ ଓଡିଶା ଯୁବା ମଞ୍ଚରୁ ସତ୍ୟମ ପୃଷ୍ଟି, ଅନୁରାଗ ସେଠ, ବାଞ୍ଛାନିଧି ତଣ୍ଡକାର, ଓକିଲ ସଂଘରୁ ମନୋଜ ପଟ୍ଟନାୟକ, ଅଧିକାର ଫାଉଣ୍ଡେସନରୁ କମଲେସ ରାୟ, ମାଣିକେଶ୍ଵର ବାଗ, ଭୁଲିଆ ସମାଜରୁ ଗୁଣ ମେହେର, ମିଡ଼ିଆ କ୍ଳବରୁ ସୁବ୍ରତ ସାହୁ, ପ୍ରଭୁଚରଣ ମହାନ୍ତି, ମେଘନାଦ ସାହୁଙ୍କ ସହ ବରପାଲିର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ପ୍ରକାଶ ଥାଉକି ୧୮୫୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ଘେଁସ ଜମିଦାର ମାଧୋ ସିଂହ ପରିଣତ ବୟସରେ ନି଼ସ୍ବାର୍ଥପର, ସାଲିସ ବିହୀନ ସଂଘର୍ଷ ଆରମ୍ଭ କରିଥିଲେ । ଏଥିରେ ପ୍ରମୁଖ ସେନାପତି ଭାବରେ ତାଂକ ବୀର ପୁତ୍ର ହଟେ, କୁଂଜଳ, ବୈରୀ, ଐରୀଙ୍କ ସମେତ ତାଂକ ଜ୍ବାଇଁ ଗୋବିନ୍ଦ ଏବଂ ସହଯୋଗୀ ସାଲେଗ୍ରାମ ବରିହା ତଥା ଅଗଣିତ ବିପ୍ଲବୀ ଯୋଗଦେଇ ନିଜ ଜୀବନକୁ ଜଳାଂଜଳି ଦେଇଥଲେ । ମାତୃଭୂମିର ମୁକ୍ତି ନିମନ୍ତେ ସହିଦ ମାଧୋ ଓ ସଂପୂର୍ଣ୍ଣ ପରିବାରର ବଳିଦାନ ଦେଶର ଇତିହାସରେ ଏକ ବିରଳ ଘଟଣା ଅଟେ । ବଳିଦାନର ସେହି ପବିତ୍ର ମାଟିର ସମସ୍ତ ବୀର ପୁରୁଷ ମାନଙ୍କ ପାଇଁ ଅଞ୍ଚଳ ଆଜିବି ଗର୍ବୀତ ଅନୁଭବ । ତେବେ ଏହି ସ୍ମୃତିକୁ ମନେ ପକାଇ ସଂଘର ସଭାପତି ଧର୍ମରାଜ ସିଂ ବରିହାଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା ।