ଆଜିଠୁ ବ୍ୟାନ ନିଷ୍ପତ୍ତି କାର୍ଯ୍ୟକାରୀ, ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ଶ୍ରୀମନ୍ଦିର ଭିତରକୁ ନେଇପାରିବେ ନାହିଁ ସ୍ମାର୍ଟ ଫୋନ | News Room Odisha

ଆଜିଠୁ ବ୍ୟାନ ନିଷ୍ପତ୍ତି କାର୍ଯ୍ୟକାରୀ, ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ଶ୍ରୀମନ୍ଦିର ଭିତରକୁ ନେଇପାରିବେ ନାହିଁ ସ୍ମାର୍ଟ ଫୋନ

ପୁରୀ – ଆଜିଠାରୁ ଇଂରାଜୀ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ନେବା ନିଷିଦ୍ଧ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ମନା ହୋଇଛି ।

ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜମା କରିପାରିବେ । କିନ୍ତୁ ଳ ଜରୁରୀ ସେବା ପାଇଁ ମନ୍ଦିର ପରିସରରେ ଦୁଇଟି ସ୍ମାର୍ଟଫୋନ ରହିବ। ଗୋଟିଏ ସ୍ମାର୍ଟ ଫୋନ୍ ଶ୍ରୀମନ୍ଦିର ଗାରଦ ଓ ଅନ୍ୟଟି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରହିବ।

ସେବାୟତ କିମ୍ବା ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ କ୍ୟାମେରା ନଥିବା ମୋବାଇଲ ନେଇ ମନ୍ଦିର ଭିତରକୁ ଯାଇପାରିବେ। ଏହା ଉପରେ କୋୖଣସି କଟକଣା ଲଗା ଯାଇନାହିଁ। କିନ୍ତୁ ଭକ୍ତଙ୍କ ଉପରେ ପୂର୍ବପରି କଟକଣା ଜାରି ରହିଛି।