କବିସୂର୍ଯ୍ୟନଗରରେ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର | News Room Odisha

କବିସୂର୍ଯ୍ୟନଗରରେ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର

ଛତ୍ରପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଚଢ଼ିଆପୁର ଗାଁ ନିକଟ ଏକ ବିଲରୁ ସୋମବାର ସକାଳେ ଜଣେ ଯୁବକଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଛି। ମୃତକ ଜଣକ ହେଉଛନ୍ତି ପାଇକଯମୁନା ଗ୍ରାମର ରତନ ବିଶୋଇ (୪୩)। ରବିବାର ରାତିରେ ନିମଣ୍ଡିଆ ଛକରେ ଶିକାର ଉଦ୍ଦେଶ୍ୟରେ କିଛି ଲୋକଙ୍କ ଦ୍ବାରା ବିଦ୍ୟୁତ୍ ତାର ବିଛାଯାଇଥିଲା। ଉକ୍ତ ତାର ଲାଗି ରତନଙ୍କ ମୃତ୍ୟୁ ଘଟିଥିବା ଓ ପରେ ଶିକାରୀମାନେ ତାଙ୍କ ମୃତଦେହ ଆଣି ବଡ଼ଚଢ଼ିଆ ଗାଁ ପାଖ ଜମିରେ ଫୋପାଡ଼ି ଦେଇଥିବା ପୋଲିସ ସନ୍ଦେହ କରୁଛି। ସେପଟେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି। ପୋଲିସ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।