ଓସିଏସ ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ | News Room Odisha

ଓସିଏସ ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ

ଭୁବନେଶ୍ୱର – ଓଡ଼ିଶା ସିଭିଲ ସର୍ଭିସ – ଓସିଏସ ଆଶାୟୀଙ୍କୁ ମିଳିବ ଆଉ ଏକ ପରୀକ୍ଷା ସୁଯୋଗ । ପରୀକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତିନିଟି ସୁଯୋଗ ସରିଥିଲେ ବି ପରୀକ୍ଷା ପାଇଁ ମିଳିବ ଆଉ ଏକ ସୁଯୋଗ । ୨୦୧୯, ୨୦୨୦ ଓ ୨୦୨୧ରେ ଦେଇଥିବା ପରୀକ୍ଷାର୍ଥୀ ଆଉ ଏକ ସୁଯୋଗ ପାଇପାରିବେ । ୨୦୨୨ରେ ପରୀକ୍ଷା ଦେଇ ପାରିନଥିବା ଆଶାୟୀଙ୍କୁ ମିଳିଲା ସୁଯୋଗ । ସର୍ବୋଚ୍ଚ ବୟସସୀମା ଅତିକ୍ରମ କରିଥିଲେ ମଧ୍ୟ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରିବେ ।

ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଆଶାୟୀଙ୍କୁ ଏଭଳି ସୁଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଆଇନରେ ପରିବର୍ତ୍ତନ ଯୋଗୁ ଏହି ସୁଯୋଗ ମିଳୁଛି । ନିକଟରେ ଓଡ଼ିଆରେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଅନୁମତି ମିଳିଛି ।