ପାଳ ଗଦାରୁ ପୋଡ଼ା ଶବ ମିଳିଲା | News Room Odisha

ପାଳ ଗଦାରୁ ପୋଡ଼ା ଶବ ମିଳିଲା

ଛତ୍ରପୁର: ଗଞ୍ଜାମ ଜିଲ୍ଲା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଛୋଟାବସା ଗ୍ରାମ ନିକଟରେ ପାଳ ଗଦା ପାଉଁଶ ଭିତରୁ ଜଣେ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଦଗ୍ଧ ଶରୀର ଠାବ କରାଯାଇଛି। ନିକଟସ୍ଥ କାଳୁଆବାଡ଼ି ଗ୍ରାମର ଏ.ପ୍ରେମା ରେଡ୍ଡୀଙ୍କ ପୋଡ଼ା ମୃତଦେହ ବୋଲି ପ୍ରାଥମିକ ତଦନ୍ତ ପରେ ପ୍ରକାଶ କରିଛି ରମ୍ଭା ଥାନା ପୋଲିସ। ପାଳ ଗଦା ସହ ମୃତଦେହ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ରମ୍ଭା ଥାନା ଆଇଆଇସି ପି.ସୌରଭ କିଷାନ ସଦଳବଳେ ସାଇଣ୍ଟିଫିକ୍ ଟିମ୍‌କୁ ନେଇ ଘଟଣାସ୍ଥଳରେ ତନାଘନା କରିଛନ୍ତି। ପୋଡ଼ା ଶରୀରର ଅବଶିଷ୍ଟାଂଶକୁ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ଡାକ୍ତରଖାନାକୁ ପଠାଯାଇଛି। ଥାନାରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ପ୍ରେମାଙ୍କୁ ହତ୍ୟା କରି ପାଳ ଗଦା ସହ ଜାଳି ଦିଆଯାଇଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ।