ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ ସମ୍ବଲପୁରକୁ ୪ ପଦକ | News Room Odisha

ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ ସମ୍ବଲପୁରକୁ ୪ ପଦକ

ସମ୍ବଲପୁର: ଜାତୀୟ କିକବକ୍ସିଂ ସଂଗଠନ ଆଇଏକେଓ ତରଫରୁ ଭୁବନେଶ୍ୱର ରେ ଅନୁଷ୍ଠିତ ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ ସମ୍ବଲପୁର ଦଲକୁ ୪ଟି ପଦକ ମିଲିଛି।ଏହି ପ୍ରତିଯୋଗିତା ପାଇଁ ସମ୍ବଲପୁର କିକବକ୍ସିଂ ଏସୋସିଏସନ ତରଫରୁ ୪ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ଗତ ଡିସେମ୍ବର ୨୯ ତାରିଖରୁ ଜାନୁଆରୀ ୧ ତାରିଖ ପର୍ୟ୍ଯନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଫୁଲ କଣ୍ଟାକ୍ଟ ପ୍ରତିଯୋଗିତା ରେ ବଲରାମ କାଲେତଂକୁ ରୋପ୍ଯ ମେଡାଲ ମିଲିଥିବା ବେଲେ ସେମି କଂଟାକ୍ଟ ପ୍ରତିଯୋଗିତାରେ ରିତେଶ ସିଂହ ରୋପ୍ଯ ମେଡାଲ ,ଅନୁଭବ କୁମାର ସାହୁ ଏବଂ ସୁର୍ୟ୍ଯ ପ୍ରକାଶ ମହାନ୍ତିଂକୁ କାଂସ୍ୟ ପଦକ ହାସିଲ କରି ସମ୍ବଲପୁର ପାଇଁ ଗୌରବ ଆଣି ଦେଇଛନ୍ତି। ଆଜି ପ୍ରଶିକ୍ଷକ ସୁସ୍ମିତ କୁମାର ପଣ୍ଡାଂକ ସହ ଆଜି ଭୁବନେଶ୍ୱରରୁ ସମ୍ବଲପୁର ପହଂଚିବା ପରେ ସମ୍ବଲପୁର କିକବକ୍ସିଂ ଆସୋସିଏସନ ତରଫରୁ ସ୍ବାଗତ କରାଯାଇ ଥିଲା। କ୍ଷେତରାଜପୁର ରେଲଷ୍ଟେସନରେ ସମ୍ବଲପୁର କିକବକ୍ସିଂ ଆସୋସିଏସନ ର ସଭାପତି ଭବାନୀଶ ଭୋଇ,ସହ ସମ୍ପାଦକ ରବିନ୍ଦ୍ର ମହାନ୍ତି ଉପସ୍ଥିତ ରହି ପ୍ରତିଯୋଗି ମାନଂକୁ ସ୍ବାଗତ କରିଥିଲେ। ଆଗାମୀ ଦିନରେ ସମ୍ବଲପୁର ରେ କିକବକ୍ସିଂ କୁ ଆହୁରି ଲୋକପ୍ରିୟ କରାଇବାରେ ଛାତ୍ର ମାନଂକ ବିଜୟ ସହଯୋଗ କରିବ ବୋଲି ଏସୋସିଏସନ ର ସାଧାରଣ ସମ୍ପାଦକ ତଥା କୋଚ ସୁସ୍ମିତ କୁମାର ପଣ୍ଡା କହିଛନ୍ତି।