କୋରୋନା ମୁକାବିଲା ଲାଗି ଆଇସିଏମଆର ଗାଇଡ ଲାଇନ ମାନିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ | News Room Odisha

କୋରୋନା ମୁକାବିଲା ଲାଗି ଆଇସିଏମଆର ଗାଇଡ ଲାଇନ ମାନିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର – କୋରୋନା ନେଇ ସତର୍କ କରାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ବିଦେଶରେ ସଂକ୍ରମଣ ବଢୁଛି । ରାଜ୍ୟରେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଆଇସିଏମଆର ଗାଇଡଲାଇନ ମାନିବା ଲାଗି ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ବିଶ୍ବକପ ହକି ବେଳେ ଖେଳାଳି, ଦର୍ଶକ, ଲୋକଙ୍କ ଜରିଆରେ ସଂକ୍ରମଣ ସମ୍ଭାବନା ରହିଛି ବୋଲି ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ। ଏଣୁ ଏଥିଲାଗି କୋଭିଡ ଗାଇଡଲାଇନ ମାନିବା ଲାଗି କୁହାଯାଇଛି । ରାଜ୍ୟରେ ଟିକାକରଣ ସଫଳ ହୋଇଛି । ଦେଶରେ ବର୍ତ୍ତମାନ ଚତୁର୍ଥ ଲହରୀ ଆସିନାହିଁ । ରାଜନୈତିକ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଯୋଗୁଁ ରାଜ୍ୟରେ କୋଭିଡ ମୁକାବିଲା ସଫଳ ହୋଇଛି । ଯେଉଁମାନେ ଦୁଇଟି ଡୋଜ ନେଇଛନ୍ତି ସେମାନେ ନାଜାଲ ଡୋଜ ନେଇପାରିବେ ବୋଲି କୁହାଯାଇଛି ।

ଚୀନ, ଥାଇଲାଣ୍ଡ, ଜାପାନ ପ୍ରଭୃତି ୬ ରାଷ୍ଟ୍ର ଲାଗି ନିୟମ କଡା କରାଯାଇଛି । ସେହି ଦେଶରୁ ଆସୁଥିବା ଲୋକଙ୍କ ଲାଗି ଆରଟିପିସିଆର ଟେଷ୍ଟ ଜରୁରୀ କରାଯାଇଛି । ସଂକ୍ରମଣ ନେଇ ଭୟଭୀତ ପରିବର୍ତ୍ତେ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।