ରୟାଲ କ୍ଲବକୁ ହରାଇଲା ସୁନ୍ଦରଗଡ଼ ସାଇନିଂ ଷ୍ଟାର | News Room Odisha

ରୟାଲ କ୍ଲବକୁ ହରାଇଲା ସୁନ୍ଦରଗଡ଼ ସାଇନିଂ ଷ୍ଟାର

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡା ଡି-କ୍ୟାବିନ ଜୟ ହିନ୍ଦ୍ କ୍ଳବ୍ ପଡ଼ିଆ ଠାରେ ଆୟୋଜିତ ଆଠ ଦିନିଆ ତୃତୀୟ ଅର୍ଜୁନ କୁଜୁର ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିନର ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ଥିଲା। ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚ୍ ଅର୍ଜୁନ କ୍ଲବ ଖାରସୁଆ ଏବଂ ରାଉରକେଲା ରେଡ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଅର୍ଜୁନ କ୍ଲବ ଦୁଇଟି ଗୋଲରେ ଜିତି ହାସିଲ କରକରିଥିଲା। ଦ୍ୱିତୀୟ ମ୍ୟାଚ୍ ସୁନ୍ଦରଗଡ ସାଇନିଂ କ୍ଲବ ଏବଂ ବନ୍ଦମୁଣ୍ଡା ରୟାଲ କ୍ଲବ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ସାଇନିଙ୍ଗ ଷ୍ଟାର କ୍ଲବ୍ 3-2 ଗୋଲରେ ଜିତ ହାସିଲ କରିଛି। ଏହି ଅବସରରେ ବିଶ୍ରାର ସାମାଜିକ କର୍ମୀ ତାରିକ୍ ଅଜିଜ୍ ଅନସାରୀ, ଡେଣ୍ଟାଲ୍ ଡକ୍ଟର ଫୈଜାନ ଆଲାମ,ବନ୍ଧମୁଣ୍ଡା ରେଳବାଇ ପିଡବଲୁଆଇ ଏଲଡି କୁଶୱା, ଆଶିକ୍ ଅନସାରୀ ଅତିଥି ଭାବରେ ଉପସ୍ଥିତ ରହି ଉଭୟ ବିଜେତା ଦଳର ମ୍ୟାଚ୍ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।