ହକି ବିଶ୍ୱକପ ପାଇଁ କମିଶନରେଟ୍ ପୋଲିସ ଜାରି କଲା ହେଲ୍ପଲାଇନ ନମ୍ୱର  | News Room Odisha

ହକି ବିଶ୍ୱକପ ପାଇଁ କମିଶନରେଟ୍ ପୋଲିସ ଜାରି କଲା ହେଲ୍ପଲାଇନ ନମ୍ୱର 

ଭୁବନେଶ୍ବର – ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବ ପୁରୁଷ ହକି ବିଶ୍ୱକପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଲୋକଙ୍କ ସୁବିଧା ପାଇଁ କମିସନରେଟ ପୋଲିସ ପକ୍ଷରୁ ଜ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବରଟି ହେଲା ୭୩୭୭୭୭୦୦୭୦। ହକି ବିଶ୍ବକପ୍ ସଂପର୍କିତ ସମସ୍ତ ତଥ୍ୟ ଏହି ନମ୍ବରରେ ଥିବା ହ୍ବାଟ୍‌ସଆପ୍‌ ମେସେଞ୍ଜରରୁ ମିଳିପାରିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ଟିକେଟ, ଟ୍ରାଫିକ, ପାର୍କିଂ,ସ୍କୋର, ଷ୍ଟାଡିୟମ ଲେଆଉଟ ସମ୍ପର୍କରେ ଜାଣିବାକୁ ଲୋକେ ହେଲ୍ପ ଲାଇନ ନମ୍ବରରେ ମେସେଜ କରିପାରିବେ। ଏହି ନମ୍ବରର ନାଁ ରହିଛି ‘ଆଇ ଏମ୍ ପୋଲି’ ।