ଏଥର ଚିଲିକାକୁ ଅଧିକ ପକ୍ଷୀଙ୍କ ଆଗମନ  | News Room Odisha

ଏଥର ଚିଲିକାକୁ ଅଧିକ ପକ୍ଷୀଙ୍କ ଆଗମନ 

ବାଲୁଗାଁ – ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନାରୁ ଜଣାପଡିଛି ଯେ, ଚଳିତବର୍ଷ ୧୧ ଲକ୍ଷ ୩୧ହଜାର ୯୨୯ ପକ୍ଷୀଙ୍କ ହ୍ରଦକୁ ସମାଗମ ହୋଇଛି । ଏଥିମଧ୍ୟରେ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ଟି ବିଦେଶରୁ ଆସିଥିବା ପକ୍ଷୀ ଥିବାବେଳେ ସ୍ଥାନୀୟ ଅଂଚଳର ୭୯ ପ୍ରଜାତିର ୩୮ହଜାର ୮ଶହ ୮୦ଟି ପକ୍ଷୀ ରହିଛନ୍ତି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ – ସିଡିଏର ମିଳିତ ଆନୁକୂଲ୍ୟରେ ଗତକାଲି ଚିଲିକାରେ ପକ୍ଷୀ ଗଣନା କରାଯାଇ ରିପୋର୍ଟ ପ୍ରକାଶ କରାଯାଇଛି ।

ଗତବର୍ଷ ୧୮୩ ପ୍ରଜାତିର ୧୦ଲକ୍ଷ ୭୪ହଜାର ୧୭୩ ପକ୍ଷୀ ଚିଲିକା ଆସିଥିଲେ । ଏଥିମଧ୍ୟରୁ ୧୦୭ ପ୍ରଜାତିର ୧୦ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ଥିଲେ । ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ୫୭ହଜାର ୭୫୬ଟି ଅଧିକ ପକ୍ଷୀ ଆସିଛନ୍ତି । ନଳବଣକୁ ଏଥର ୯୮ ପ୍ରଜାତିର ୩ଲକ୍ଷ ୪୨ହଜାର ପକ୍ଷୀଙ୍କର ଆଗମନ ହୋଇଛି । ପୂର୍ବ ବର୍ଷ ନଳବଣରେ ୯୭ପ୍ରଜାତିର ୩ଲକ୍ଷ ୫୮ହଜାର ୮୮୯ଟି ପକ୍ଷୀ ରହିଥିଲେ । ଚଳିତବର୍ଷ ନଳବଣରେ ପ୍ରାୟ ୧୬ହଜାର ପକ୍ଷୀ କମ ଆସିଛନ୍ତି ।