ଅର୍ଜୁନ ମେମୋରିଆଲ ଫୁଟବଲ: ଏକ ଗୋଲରେ କଟକକୁ ପରାସ୍ତ କଲା କୋଲକାତା  | News Room Odisha

ଅର୍ଜୁନ ମେମୋରିଆଲ ଫୁଟବଲ: ଏକ ଗୋଲରେ କଟକକୁ ପରାସ୍ତ କଲା କୋଲକାତା 

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡା ଡି କେବିନ୍ ସ୍ଥିତ ଜୟ ହିନ୍ଦ ଖେଳ ପଡ଼ିଆ ଠାରେ ଆୟୋଜିତ ଆଠ ଦିନିଆ ତୃତୀୟ ଅର୍ଜୁନ କୁଜୁର ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଗ୍ରୁପ୍ ସି ର ତୃତୀୟ ମ୍ୟାଚ୍ ଶନିବାର ଦିନ ସମ୍ପନ୍ନ ହେଇ ଯାଇଅଛି। ଏହି ମ୍ୟାଚଟି କଟକ ଚୌଦ୍ଵାର ଏବଂ କୋଲିକାତାର ହୁଗଲି ଅଗ୍ରଣୀ ଟିମ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ କୋଲକାତାର ଅଗ୍ରଣୀ ଟିମ ଟ୍ରାଇ ବ୍ରେକରରେ 1 ଗୋଲରେ ଜିତ ହାସିଲ କରିଛି। ଦ୍ୱିତୀୟ ମ୍ୟାଚଟି ପିଣ୍ଟୁ ବ୍ରଦର୍ସ ସମ୍ବଲପୁର ଏବଂ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଦଳ 2-0 ଗୋଲରେ ଜିତ ହାସିଲ କରିଛି। ଏହି ଅବସରରେ କ୍ରୀଡାପ୍ରେମୀ ତଥା ରେଳ କର୍ମଚାରୀ ରାମପ୍ରସାଦ ଓରାମ, ଅଭିଷେକ ସିଂ, ଶ୍ୟାମଲ ଦତ୍ତା ଅତିଥି ଭାବରେ ଉପସ୍ଥିତ ରହି ଉଭୟ ଦଳର ମେନ ଅଫ ଦା ମ୍ୟାଚ୍ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।