ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି  | News Room Odisha

ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର – ଉତ୍କଳ ଘଣ୍ଟ ନାମରେ ଓଡ଼ିଶାର ଘରେ ଘରେ ପରିଚିତ ବିଶିଷ୍ଟ କବି ଯଦୁମଣି ମହାପାତ୍ରଙ୍କ ଆଜି ଜୟନ୍ତୀ । ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ କାବ୍ୟ ଜଗତକୁ ସମୃଦ୍ଧ କରୁଥିବା ‘ରାଘବ ବିଳାସ’, ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଭଳି ତାଙ୍କ ଅନନ୍ୟ ସୃଜନସୃଷ୍ଟି ପାଇଁ କବି ଯଦୁମଣି ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।