ଜୟନ୍ତୀରେ କିମ୍ବଦନ୍ତୀ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ | News Room Odisha

ଜୟନ୍ତୀରେ କିମ୍ବଦନ୍ତୀ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ହେଉଛି କିମ୍ବଦନ୍ତୀ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ଗରିମା ବୃଦ୍ଧି ସହ ଏହାକୁ ଋଦ୍ଧିମନ୍ତ କରିବାରେ ତାଙ୍କ ଜୀବନବ୍ୟାପି ସାଧନା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି।