ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଉତ୍କଳ ଆଗମନର ୧୦୧ ତମ ସ୍ମୃତି ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ | News Room Odisha

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଉତ୍କଳ ଆଗମନର ୧୦୧ ତମ ସ୍ମୃତି ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପୁରୀ – ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଉତ୍କଳ ଆଗମନର ୧୦୧ତମ ସ୍ମୃତି ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀର ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସମାଜସେବାରେ ଠାକୁର ଅନୁକୂଳ ଚନ୍ଦ୍ର ନିଜର ଜୀବନ ଉତ୍ସର୍ଗ କରିଥିଲେ। ସୁଖୀ ଓ ସୁନ୍ଦର ଓଡ଼ିଶା ଗଠନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍ସବରେ ମୁଖ୍ୟବକ୍ତା ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଯୋଗ ଦେଇଥିଲେ । ଏଥିରେ ସାରା ରାଜ୍ୟରୁ ୭୦ ହଜାରରୁ ଅଧିକ ଅନୁଗାମୀ ଯୋଗ ଦେଇଛନ୍ତି।