କ୍ରିକେଟ ଖେଳି ଫେରୁଥିବା ବେଳେ ଟ୍ୟାଙ୍କର ଧକ୍କାରେ ୩ ବାଇକ ଆରୋହୀ ମୃତ | News Room Odisha

କ୍ରିକେଟ ଖେଳି ଫେରୁଥିବା ବେଳେ ଟ୍ୟାଙ୍କର ଧକ୍କାରେ ୩ ବାଇକ ଆରୋହୀ ମୃତ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ବେଲାମାଲରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଉତକେଲାରେ କ୍ରିକେଟ ମ୍ୟାଚ୍ ଖେଳି ବାଇକରେ ଘରକୁ ଫେରୁଥିବା ବେଳେ ଏଲପିଜି ଗ୍ୟାସ ଟ୍ୟାଙ୍କର ଧକ୍କାରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଭବାନୀପାଟଣା ରାନୀପାଲି ଗାଁର ଅଶୋକ, ଟୁଟୁ ଓ ରଘୁ ଗୌଡ଼ ବୋଲି ଜଣାପଡ଼ିଛି। ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଚାଳକ ଟ୍ରକ ଛାଡ଼ି ଚମ୍ପଟ ମାରିଛି।