କୋଭିଡ ମହାମାରୀ ବେଳେ ପୋଲିସର କାମ ପ୍ରଶଂସନୀୟ: ମୁଖ୍ୟମନ୍ତ୍ରୀ | News Room Odisha

କୋଭିଡ ମହାମାରୀ ବେଳେ ପୋଲିସର କାମ ପ୍ରଶଂସନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ହେଉଛି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ। ୧୬ ବର୍ଷରେ ପଦାର୍ପଣ କରିଛି କମିଶନରେଟ ପୋଲିସ । ଏହି ଅବସରରେ ଆୟୋଜିତ ରେଜିଂ ଡେ’ ପରେଡ଼ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି ଯେ, କୋଭିଡ ମହାମାରୀ ବେଳେ ପୋଲିସର କାମ ପ୍ରଶଂସନୀୟ ଥିଲା । ପୋଲିସ ସବୁବେଳେ ଲୋକଙ୍କ ଓ ବରିଷ୍ଠ ନାଗରିକଙ୍କ ବନ୍ଧୁ ହୋଇ ରହୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି ।

ପୋଲିସ ବିଭାଗ ୫-ଟି ରେ ସାମିଲ ହେବାପରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବାପେକ୍ଷା ପୋଲିସ ଉପରେ ଲୋକଙ୍କ ଆସ୍ଥା ବଢ଼ିଛି । ଥାନାରେ ଲୋକଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିବା ଖବର ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ପୋଲିସ ଫାଇଭ-ଟିର ଉପଯୋଗ କରୁ ବୋଲ ପରାମର୍ଶ ଦେଇଛନ୍ତି । ଏହାସହ ଦକ୍ଷତାରେ ଉନ୍ନତି ଆଣିବାକୁ କମିଶନରେଟ ପୋଲିସକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରେଜିଂ ଡେ’ ପରେଡରେ ଯୋଗ ଦେଇ ଡିଜିପି ସୁନୀଲ ବଂଶଲ କହିଛନ୍ତି ଓଡ଼ିଶା ପୋଲିସର ମୁଖଶାଳା ହେଉଛି କମିଶନରେଟ ପୋଲିସ । ୫-ଟି ଜରିଆରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରାଯାଉଛି । ଆଗକୁ ଶୃଙ୍ଖଳିତ ଭାବେ ହକି ବିଶ୍ବକପ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି । ଦେଶର ସର୍ବଶ୍ରେଷ୍ଠ କମିଶନରେଟ ପୋଲିସ ପାଇଁ ଉଦ୍ୟମ କରାଯାଉଛି ବୋଲି ଡିଜିପି କହିଛନ୍ତି ।