ବାରବାଟୀରେ ହକି ବିଶ୍ୱକପ ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କଲେ ୫-ଟି ସଚିବ | News Room Odisha

ବାରବାଟୀରେ ହକି ବିଶ୍ୱକପ ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କଲେ ୫-ଟି ସଚିବ

କଟକ – ୫-ଟି ସଚିବ ଭି.କେ ପାଣ୍ଡିଆନ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଆସନ୍ତା ୧୧ ତାରିଖରେ ହେବାକୁ ଥିବା ହକି ବିଶ୍ୱକପର ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି | ସମୀକ୍ଷା ବେଳେ ୫-ଟି ସଚିବଙ୍କ ସହ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ସିଏମସି କମିଶନର, କଟକ ଜିଲ୍ଲାପାଳ ଓ ମେୟରଙ୍କ ସମେତ ବାଙ୍କୀ ବିଧାୟକ, ଚୌଦ୍ୱାର-କଟକ ବିଧାୟକ ଓ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ |