ହକି ବିଶ୍ବ କପ୍ ପାଇଁ ସାଇକ୍ଲୋଥନ୍: ସାମିଲ ହେଲେ ନେତା, ପ୍ରଶାସକ | News Room Odisha

ହକି ବିଶ୍ବ କପ୍ ପାଇଁ ସାଇକ୍ଲୋଥନ୍: ସାମିଲ ହେଲେ ନେତା, ପ୍ରଶାସକ

ବ୍ରହ୍ମପୁର: ବିଶ୍ବ କପ୍ ହକିକୁ ସ୍ବାଗତ କରିବା ପାଇଁ ମଙ୍ଗଳବାର ପୂର୍ବାହ୍ନରେ ବ୍ରହ୍ମପୁରରେ ଆୟୋଜିତ ହୋଇଥିଲା ସାଇକ୍ଲୋଥନ୍। ବ୍ରହ୍ମପୁର ଷ୍ଟାଡିୟମରୁ ଶତାଧିକ ଯୁବକ ଯୁବତୀ, କ୍ରୀଡ଼ାବିତ୍ ଉତ୍ସାହ ସହକାରେ ଏଥିରେ ସାମିଲ ହୋଇଥିଲେ।

 

ଉଦଘାଟନୀ ସଭାରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀଙ୍କ ସମେତ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (ପିଡି) ଭି.କିର୍ତ୍ତୀ ଭାସନ୍, ବିଏମସି କମିଶନର୍ ଜେ.ସୋନାଲ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସି ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାରେ ଆୟୋଜିତ ହକି ବିଶ୍ବ କପ୍ ଲୋଗୋ ଓ ଚିତ୍ର ଥିବା ନୀଳ ଜର୍ସି ପିନ୍ଧି ଅତିଥି ଓ ଅଂଶଗ୍ରହଣକାରୀମାନେ ଉତ୍ସାହ ସହକାରେ ଯୋଗ ଦେଇଥିଲେ।ବିଏମସି, ବିଡିଏ ଦ୍ବାରା ମିଳିତ ଭାବେ ଆୟୋଜିତ ଏହି ସାଇକେଲ ରାଲି ବ୍ରହ୍ମପୁରରୁ ଗୋପାଳପୁର ପର୍ଯ୍ୟନ୍ତ ଯାଇଥିଲା। ଟ୍ରାକ୍ ସୁଟ୍ ପିନ୍ଧି ସାଇକେଲ ଚଲାଇ ସାଇକ୍ଲୋଥନର ନେତୃତ୍ବ ନେବା ସହ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ ଏସପି, ପିଡି ଓ ଡେପୁଟି ମେୟର୍ ପ୍ରମୁଖ।