ଜମି ବିବାଦକୁ ନେଇ ଦୁଇଟି ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ | News Room Odisha

ଜମି ବିବାଦକୁ ନେଇ ଦୁଇଟି ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ସୁବର୍ଣ୍ଣପୁର : ଉଲୁଣ୍ଡା ଥାନା କହ୍ନେଇପାଲି ଗାଁରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଗୋଟିଏ ପରିବାର ତିନି ଭାଇ ଗୁରୁତର ହୋଇଛନ୍ତି । ଗାଁର ଅନ୍ୟଏକ ପରିବାର ତିନି ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ତିନି ଭାଇ ହେଲେ ନିରଞ୍ଜନ ବାରିକ , ସନାତନ ବାରିକ ଓ ଲକ୍ଷଣ ବାରିକ । ଦୁଇ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଦୁଇ ପରିବାର ମଧ୍ୟରେ ଜମି ବିଦାଦ ଅଜି ଉଗ୍ର ରୁପ ନେଇଥିଲା । ଗାଁରେ ତରଣି ବାରିକ , ମିଲନ ବାରିକ ଓ କୁନୁ ବାରିକ ଏବଂ ପରିବାର ମୁଖ୍ୟ ହରହର ବାରିକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ।