ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ  | News Room Odisha

ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ 

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଜ୍ୟୋତିବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୂତନ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ ଯୋଗଦେ ନୂତନ ବୈଷୟିକ ଜ୍ଞାନକୌଶଳ ଆଧାରିତ ଦକ୍ଷତା ବିକାଶ ଏବଂ ଧନ୍ଦାମୂଳକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ବାରୋପ କରିଥିଲେ। ଛାତ୍ରଛାତ୍ରୀ ନୂତନ ଉଦ୍ଭାବନ ସାଙ୍ଗକୁ ଅନ୍ବେଷଣରେ ବ୍ରତୀ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ମାଲାୟଲମ କବି କେ. ଶଙ୍କର ପିଲ୍ଲାଇଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଉତ୍ତରରେ ଶ୍ରୀ ପିଲାଇ ଗଙ୍ଗାଧର ମେହେରଙ୍କ କାବ୍ୟକୃତୀରେ ମାନବ ଜୀବନର ଆଦର୍ଶ ପ୍ରତିଫଳିତ ହୋଇଛି ବୋଲି ପ୍ରକାଶ କରିଛନ୍ତି। ମୁଖ୍ୟବକ୍ତା ଭାବରେ ବିଶାଖାପାଟନମ କେନ୍ଦ୍ରୀୟ ଜନଜାତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଟିଭି କ;ମିଣୀ ଯୋଗଦେଇ ସମାଜ ସଂସ୍କାର ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ ବୋଲି ପ୍ରକାଶ କରିଛନ୍ତି।

ପ୍ରାରମ୍ଭରେ କୁଳସଚିତ ଡକ୍ଟର ନୃପରାଜ ସାହୁ ଅତିଥି ପରିଚୟ ସହିତଂ ବିଶ୍ବବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଭାରପ୍ରାପ୍ତ କୁଳପତି ତଥା ଉପାଧୁୟତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ସଂଯୁକ୍ତା ଦାସ ଗତ ଏକବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟର ଉପଲବ୍ଧତ୍ ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହୀରାକୁଦର ସମାଜସେବୀ ବିପିନ ବିହାରୀ ପଣ୍ଡା, ବରଗଡ଼ର ପ୍ରକୃତିପ୍ରେମୀ ଚକ୍ରଧର ପ୍ରଧାନ, କଳା ଓ ସଂସ୍କୃତି ପାଇଁ ସୁଶିଳା ନାୟରଙ୍କୁ ସମ୍ମାନିତ କରାଯାଇଥିଲା। ସେହିଭଳି ଖେଲୋ ଇଣ୍ଡିଆ ଏବଂ ଜାତୀୟ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ରୌପ୍ୟ ଓ ରଜତ ପଦକ ହାସଲ କରିଥିବା ଧମାସ୍ଥିତ ମାଁ ଝାଡ଼େଶ୍ବରୀ କଲେଜ ଛାତ୍ର ସ୍ବାଧିନ କୁମାର ମାଝୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ହରିବନ୍ଧୁ ସାହୁ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା।