ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦୀୟମାନ ଓଡ଼ିଆ ଗାୟିକା  | News Room Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦୀୟମାନ ଓଡ଼ିଆ ଗାୟିକା 

ଭୁବନେଶ୍ୱର – ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆସିଥିବା କୋରିଆ କେ- ପପ୍ ଗ୍ରୁପ ‘ବ୍ଲାକ ସ୍ୱାନ’ ସଦସ୍ୟା ଶ୍ରୀୟା ଲେଙ୍କା, ବ୍ରହ୍ମପୁର ଜନ୍ମିତ ଆମେରିକୀୟ ଗାୟିକା ଲିସା ମିଶ୍ର ଓ କୋରାପୁଟର ପ୍ରତିଭା ନମିତା ମେଲକା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସାରା ବିଶ୍ବରେ ଓଡ଼ିଆ ଝିଅମାନେ ବେଶ ନାଁ କରୁଥିବାରୁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।