ହକି ବିଶ୍ବକପ ପାଇଁ ପୂର୍ବତଟ ରେଳପଥର ନିଷ୍ପତ୍ତି : ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଚାଲିବ ଦୁଇ ସ୍ବତନ୍ତ୍ର ଟ୍ରେନ୍‌ | News Room Odisha

ହକି ବିଶ୍ବକପ ପାଇଁ ପୂର୍ବତଟ ରେଳପଥର ନିଷ୍ପତ୍ତି : ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଚାଲିବ ଦୁଇ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର – ଭୁବନେଶ୍ୱର ଓ ରାଉରକେଲାଠାରେ କାଲିଠାରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପରେ ଯାତ୍ରୀଙ୍କ ଚାହିଦା, ଅତିରିକ୍ତ ଯାତ୍ରୀ ଭିଡ଼, ରେଳ ଯାତ୍ରୀଙ୍କୁ ଉତ୍ତମ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ପୂର୍ବତଟ ରେଳପଥ  ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ଭୁବନେଶ୍ୱର-ରାଉରକେଲା ସ୍ପେଶାଲ(୦୨୮୩୪) ଭୁବନେଶ୍ୱରରୁ ଜାନୁଆରୀ ୧୪ରୁ ୩୦ ତାରିଖ ମଧ୍ୟରେ ପ୍ରତି ସୋମବାର, ବୁଧବାର, ଗୁରୁବାର ଓ ଶନିବାର ରାତି ୮ଟା ୨୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ଫେରିବା ବାଟରେ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ(୦୨୮୩୩) ରାଉରକେଲାରୁ ଜାନୁଆରୀ ୧୫ରୁ ୩୧ ତାରିଖ ମଧ୍ୟରେ ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ରବିବାର ରାତି ୧୧ଟା ୨୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ତିନିଟି ଏସି-୩ ଟାୟାର, ୮ଟି ସ୍ଲିପର କ୍ଲାସ, ୪ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ୍‌ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବ। ଏହା କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ସମ୍ବଲପୁର ସିଟି ଓ ଝାରସୁଗୁଡା ଷ୍ଟେସନରେ  ରହଣି କରିବ।