ରାସ୍ତାକଡ଼କୁ ଓଲଟିଲା ବସ୍‌ | News Room Odisha

ରାସ୍ତାକଡ଼କୁ ଓଲଟିଲା ବସ୍‌

ସୁବର୍ଣ୍ଣପୁର ୧୨।୦୧ : ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଭୁଦୋବର ପୋଖରୀ ନିକଟରେ ଏକ ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଲା । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଖବର ଅନୁଯାୟୀ, ପୁରୀରୁ ପାତାଲି ଶ୍ରୀକ୍ଷେତ୍ରକୁ ଆସୁଥିବା ଏକ ଓଏସଆରଟିସି ବସ୍ ଅନ୍ୟ ଏକ ଗାଡିକୁ ରାସ୍ତା ଛାଡ଼ିବା ବେଳେ ଭୁଦୋବର ପୋଖରୀ ନିକଟରେ ରାସ୍ତା କଡକୁ ଖସି ପଡ଼ିଛି। ଗୁରୁବାର ଦିନ ଭୋର୍ ସମୟରେ ଏହି ଦୁର୍ଘଟଣାଟି ଘଟିଛି ।