ଇନ୍ଦିରା ନଗରରେ ଉଚ୍ଛେଦକୁ ନେଇ ଉତ୍ତେଜନା | News Room Odisha

ଇନ୍ଦିରା ନଗରରେ ଉଚ୍ଛେଦକୁ ନେଇ ଉତ୍ତେଜନା

ବଲାଙ୍ଗିର : ପୁଣି ବଲାଙ୍ଗିର ସହର ଇନ୍ଦିରା ନଗରରେ ଉଚ୍ଛେଦ ତାତି । ଆଜି ସକାଳେ ଜିଲ୍ଲା ପ୍ରଶାସନ ତରଫରୁ ସେଠାରେ ଉଚ୍ଛେଦ ପାଇଁ ଘର ଗୁଡ଼ିକରେ ଛକି ଚିହ୍ନ ମରାଯାଉଥିଲା । ଯାହାକୁ ପଡାବାସୀମାନେ ବିରୋଧ କରିଥିଲେ । ଏପରିକି ଉତ୍ୟକ୍ତ ଲୋକେ ପ୍ରଶାସନିକ ଅଧିକାରୀ ଓ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ । ଉଚ୍ଛେଦ ପୂର୍ବରୁ ବ୍ୟବସ୍ଥିତ ଭାବେ ଥଇଥାନ କରିବାକୁ ଲୋକେ ଦାବି କରିଥିଲେ । ତେବେ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରଶାସନ ତରଫରୁ ଏହି ଉଚ୍ଛେଦ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନର ମୁଣ୍ଡ ବ୍ୟଥା ପାଲଟିଛି ।