ଜାତୀୟ ଅର୍ଜୁନ କୁଜୁର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କୋଲକାତା ଚମ୍ପିୟନ  | News Room Odisha

ଜାତୀୟ ଅର୍ଜୁନ କୁଜୁର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କୋଲକାତା ଚମ୍ପିୟନ 

ରାଉରକେଲା: ରାଉରକେଲାର ବନ୍ଧମୁଣ୍ଡାର ଡି କେବିନ୍ ସ୍ଥିତ ଜୟହିନ୍ଦ ଖେଳ ପଡ଼ିଆ ଠାରେ ଆୟୋଜିତ ତୃତୀୟ ଜାତୀୟ ଅର୍ଜୁନ କୁଜୁର ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। କୋଲକାତାର ହୁଗଲି ଅଗ୍ରଗାମୀ ଦଳ ଜିତ ହାସିଲ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ବିଜେପିର ଓଡିଶା ରାଜ୍ୟ ସଚିବ ଧୀରନ ସେନାପତି ଫାଇନାଲ ମ୍ୟାଚର ଉଦଘାଟନ କରିଥିଲେ। ଇହା ଛଡ଼ା ଅର୍ବନ ମନି ସଂସ୍ଥାର ରଂଜନ ସିଂ, ଝାଡ଼ଖଣ୍ଡ ପୋଲିସ ମେନ୍ସ ଆସୋସିଏସନର ସାଧାରଣ ସମ୍ପାଦକ ରମେଶ ଓରାମ, କୋଷାଧ୍ୟକ୍ଷ ଗୁଲାବ ମହାତୋ, ରାଜ୍ୟ ଉପସଭାପତି ଦେବଚନ୍ଦ ମୁଣ୍ଡା, ରାଜ୍ୟ ସଂଯୋଜକ ବ୍ରଜକିଶୋର ମହାତୋ, ଅବସରପ୍ରାପ୍ତ ଆର୍ମି ଯବାନ ସଞ୍ଜୟ ମୁଣ୍ଡା, ସାମାଜିକ କର୍ମୀ ସନ୍ଦୀପ କୁମାର, ସ୍ଥାନୀୟ କାଉନସିଲର ପ୍ରମିଲା ସୁନା,ଅବସରପ୍ରାପ୍ତ ରେଳବାଇ ଏଆରଏମ ବିଶ୍ୱଜିତ୍ ଗାଙ୍ଗୁଲି, ଟୁର୍ନାମେଣ୍ଟ ସଚିବ ଧୀରନ୍ ମଲ୍ଲିକ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ସୁନ୍ଦରଗଡ ସାଇନିଂ କ୍ଲବ ଏବଂ କୋଲକାତା ହୁଗଲି ଆଗ୍ରାଗାମି କ୍ଲବ ମଧ୍ୟରେ ଖେଳାଯାଇଥିଲା।ଯେଉଁଥିରେ କୋଲକାତା ହୁଗଲି ଆଗ୍ରାଗାମୀ ଦଳ ଟ୍ରାଇ ବ୍ରେକରରେ 5-4 ଗୋଲରେ ଜିତ ହାସିଲ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ସେନାପତି କହିଛନ୍ତି ଯେ ଏହି ଟୁର୍ନାମେଣ୍ଟ ଜିଲ୍ଲାର ସର୍ବୋତ୍ତମ ଟୁର୍ନାମେଣ୍ଟ ଅଟେ। ସିଏ ଆୟୋଜକ କମିଟିର ଅନୁଶାସନର ମଧ୍ୟ ପ୍ରଶଂସା କରିଥିଲେ।ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ସମୟରେ ସହରର ପ୍ରାୟ ଦଶ ହଜାର ଦର୍ଶକଙ୍କ ଆଖି ଖେଳ ପଡ଼ିଆରେ ଥିଲା। ଫୁଟବଲର ଏହି ମେଗା ଇଭେଣ୍ଟରେ ଆୟୋଜକ କମିଟି ଦ୍ୱାରା ବ୍ୟବହୃତ କିଛି ବିଶେଷ କୌଶଳ ଫାଇନାଲ ମ୍ୟାଚକୁ ଅଧିକ ରୋମାଞ୍ଚକ ଏବଂ ସ୍ମରଣୀୟ କରି ଦେଇ ଥିଲେ। ସମ୍ପୂର୍ଣ ମ୍ୟାଚଟି ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମରେ ଲାଇଭ୍ କରାଯାଇଥିଲା। ତା ସହିତ ଅତ୍ୟାଧୁନିକ ଏଲଇଡି ସ୍କ୍ରିନ,ସେକ୍ସ ଫୋନ୍ ପ୍ଲେୟାରର ସ୍ୱର ଏବଂ ଆକାଶେ ଉଡୁଥିବା ଡ୍ରୋନ ଖେଳକୁ ଅଧିକ ଆକର୍ଷଣୀୟ କରି ଦେଇ ଥିଲା। ଟୁର୍ନାମେଣ୍ଟ ଶେଷରେ ଉପସ୍ଥିତ ଅତିଥିମାନେ ବିଜେତା ଦଳକୁ ନଗଦ 50 ହଜାର ଏବଂ ଉପବିଜେତା ଦଳକୁ 40 ହଜାର ନଗଦ ସହିତ ଟ୍ରଫି ପ୍ରଦାନ କରିଥିଲେ।