ଗଞ୍ଜେଇ ଜବତ, ୨ ଗିରଫ | News Room Odisha

ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଠାରେ ପୁଲିସ ୧୨କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବଙ୍ଗୀୟ ମହିଳା ଅଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗ ରାଜ୍ୟର ସ୍ବପ୍ନ ଦାସ ( ୩୭ ) ଏବଂ ଖୋର୍ଦ୍ଧା ଜିଲ୍ଲାର ମାନସ ପ୍ରଧାନ ( ୪୫ ) । ହରଭଙ୍ଗା ବ୍ଲକ ଲୋକାପଡ଼ା ଛକ ପୁରୁଣା କଟକ ପୁଲିସ ସକାଳେ ପାଟ୍ରୋଲିଂ କରୁଥିବା ସମୟରେ ଲୋକାପଡ଼ା ଛକ ଠାରେ ଜଣେ ପୁରୁଷ ଏବଂ ଜଣେ ମହିଳା ଠିଆ ହୋଇଥିଲେ । ପୁଲିସ ସନ୍ଦେହ କରି ତାଙ୍କୁ ଯାଞ୍ଚ କରିଥିଲେ । ତାଙ୍କ ଠାରୁ ପୁଲିସ ୧୨ କେଜି ଗଞ୍ଜେଇ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।