ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ କିରାଣି | News Room Odisha

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ କିରାଣି

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଶ୍ୟାମସୁନ୍ଦର ବଳ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

କିଛି ପୁରୁଣା ବିଲ୍ ପାସ୍‌ କରାଇ ଦେବା ପାଇଁ ଶ୍ୟାମସୁନ୍ଦର ଜଣେ ମୃତ୍ତିକା ସଂରକ୍ଷଣ କାର୍ଯ୍ୟନିର୍ବାହୀ କର୍ମୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ସେ ଆୟଠାରୁ ଅଧିକ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଛି। ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।